ଖଗ୍‌ସାବାହାଲ୍‌ ଗାଁକୁ ମାଡ଼ିଲା ଲୋୟର୍‌ ସୁକ୍‌ତେଲ୍‌ ଡ୍ୟାମ ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖଗ୍‌ସାବାହାଲ୍‌ ଗାଁକୁ ମାଡ଼ିଲା ଲୋୟର୍‌ ସୁକ୍‌ତେଲ୍‌ ଡ୍ୟାମ ପାଣି । ବିସ୍ଥାପନ ପାଉଣା ବାକି ଥିବା କହି ଗାଁରେ ୮ଟି ପରିବାର ଗାଁ ଛାଡ଼ିବାକୁ ନାରାଜ ଥିବା ବେଳେ ଡ୍ୟାମ୍‌ ପାଣି ମାଡ଼ି ଆସିବାରୁ ଆଜି ସକାଳୁ ସେମାନଙ୍କୁ ଚୁଡ଼ାପାଲି ସ୍ଥିତ ଅସ୍ଥାୟୀ ଶିବିରକୁ ଅଣାଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ ଖୁଂଟପାଲି ପଞ୍ଚାୟତର ଖଗ୍‌ସାବାହାଲ୍‌ ଗାଁକୁ ଏବେ ମାଡ଼ି ଆସିଛି ଡ୍ୟାମ୍‌ ପାଣି । ଗାଁର ଅଧିକାଂଶ ପରିବାର ଗାଁ ଛାଡ଼ି ସାରିଥିବା ବେଳେ ୮ଟି ପରିବାର କ୍ଷତିପୂରଣ ପାଉଣା ବାକି ଥିବା ଅଭିଯୋଗ କରି ସେମାନେ ଗାଁ ଭୂଇଁ ଛାଡ଼ିବାକୁ ନାରାଜ ଥିଲେ । ତେବେ ଗତ ଦୁଇ ଦିନର ଲଗାଣ ବର୍ଷା ପରେ ଏବେ ଡ୍ୟାମ୍‌ ଆହୁରି ଫୁଲି ଉଠିଥିବା ବେଳେ ଖଗ୍‌ସାବାହାଲ୍‌ ଗାଁକୁ ମାଡ଼ି ଆସିଥିଲା ଡ୍ୟାମ୍‌ ପାଣି । ପ୍ରଶାସନର ବୁଝାସୁଝା ପରେ ମଧ୍ୟ ସଂପୃକ୍ତ ୮ ପରିବାର ଗାଁ ଛାଡ଼ିବାକୁ ନାରାଜ ଥିବା ବେଳେ ଆଜି ସକାଳୁ ବାଧ୍ୟ ହୋଇ ଚୁଡ଼ାପାଲି ସ୍ଥିତ ଅସ୍ଥାୟୀ ଶିବିରକୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.