ବ୍ରହ୍ମପୁର,(କେ.ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟ ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବକ ବଳରାମ ବେହେରା (୪୫) ଙ୍କର ଦୁଇଟି ଗୋଡ଼ ଜନ୍ମରୁ ନାହିଁ । ଡ଼ଃ ଏ.ପି.ଜେ. ଅବଦୁଲ କାଲାମ୍ ଚାରିଟେବୁଲ୍ ଟ୍ରଷ୍ଟ ଜନକଲ୍ୟାଣକାରୀ ସଂସ୍ଥାର ସଭାପତି ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉକ୍ତ ଭିନ୍ନକ୍ଷମ ଲୋକ ଭେଟିବାର ସୁଯୋଗ ପାଇପାରିଲା । ମୁଖ୍ୟମନ୍ତ୍ରୀ ତାଙ୍କରି ଅଭିଯୋଗ ଶୁଣି ତାହାଙ୍କ ନିବେଦନକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ପ୍ରଶାସନିକ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଦୃଷ୍ଟିପାତ କରାଇଛନ୍ତି । ସୂଚନା ଯୋଗ୍ୟ ଯେ’ ଭିନ୍ନକ୍ଷମ ବଳରାମଙ୍କ ଗୋଡ଼ ଦିଇଟା ସଦ୍ୟଜାତ ଛୋଟ ଛୁଆ ଙ୍କ ସାଇଜ୍, ଚାଲି ପାରୁନାହିଁ, ହାତ ଦୁଇଟି ପାଦ ଭଳି ପକାଇ ପକାଇ ଚାଲିଥାଏ । ଜନ୍ମରୁ ସେମିତି କଷ୍ଟ ପାଇ ଆସୁଛି, ହେଲେ ଗଞ୍ଜାମ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ଶତକଡା ୭୫ ପ୍ରତିଶତ ଭିନ୍ନକ୍ଷମ ବୋଲି ଦର୍ଶାଯାଇଥିବା ନେଇ ତାଙ୍କୁ ମାତ୍ର ୧ହଜାର ଟଙ୍କା ପର୍ଯ୍ୟନ୍ତ ଭତ୍ତା ମିଳୁଛି । ତାଙ୍କୁ ୮୦ ପ୍ରତିଶତ ଭିନ୍ନକ୍ଷମ କରାଯିବା କଥା । ଏହା ହେଲେ ତାଙ୍କୁ ୩ ହଜାର ଟଙ୍କା ଭତ୍ତା ମିଳିଥାନ୍ତା, କିଛିଟା ଚଳିବାର ସୁବିଧା ହୋଇଥାନ୍ତା । ଅଭିଯୋଗ ପ୍ରକୋଷ୍ଠରେ ସମସ୍ୟା ଉପସ୍ଥାପନା କରାଯାଇ ସମାଧାନ ନିଷ୍ପତ୍ତି ନିଆଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉକ୍ତ ଜନ କଲ୍ୟାଣକାରୀ ସଂସ୍ଥାର ଟ୍ରଷ୍ଟ ତରଫରୁ ଆଣି ଭେଟାଇଥିବା ଟ୍ରଷ୍ଟ ସଭାପତି ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ସହ ସାଧୁବାଦ ଜଣାଇଛନ୍ତି ।
