ଗୋଚର ଜମି ଅକ୍ତିଆର ନେଇ ବାହାଲବୁକା ଗ୍ରାମର ମହିଳାମାନେ ପୁଇଁତଲା ଥାନାର ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ବାହାଲବୁକା ଗ୍ରାମରେ ଅନ୍ୟ ଗ୍ରାମର ଜଣେ ବ୍ୟକ୍ତି ଗୋଚର ଜମି ଅକ୍ତିଆର କରିଥିବା ନେଇ ମହିଳାମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଗଣ୍ଡବାହାଲ ଗ୍ରାମର ନୀଳାଚଳ ପ୍ରଧାନ ଜମି ଅକ୍ତିଆର କରିଥିବା ସେମାନେ ଅଭିଯୋଗ କରିଛନ୍ତି । ଗୋଚର ଜମି ଅକ୍ତିଆର କରିବା ପରେ ସେ ଗ୍ରାମବାସୀଙ୍କୁ ହଇରାଣ କରୁଥିବା ବେଳେ ପୋଖରୀଟିଏ ଖୋଲିବା ପାଇଁ ମଧ୍ୟ ଅନୁମତି ଦେଉନଥିବା ସେମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ନୀଳାଚଳ ପ୍ରଧାନ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Leave A Reply

Your email address will not be published.