ପକ୍ଷାଘାତରେ ଶିକାର ହୋଇଥିବା ସ୍ତ୍ରୀର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ୱାମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପକ୍ଷାଘାତରେ ଶିକାର ହୋଇଥିବା ନିଜ ସ୍ତ୍ରୀର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ରତାଖଣ୍ଡି ଗ୍ରାମର ଜନକ ବାରିକ । ଜନକ ବାରିକଙ୍କ କହିବାନୁସାରେ, ସ୍ତ୍ରୀ ପକ୍ଷାଘାତ ରୋଗରେ ଶିକାର ହୋଇଥିବା ବେଳେ ଏ ବୃଦ୍ଧ ବୟସରେ ସ୍ତ୍ରୀ ଚିକିତ୍ସା କରିବା ପାଇଁ ଅର୍ଥ ସାଜିଛି ବାଧକ । ଯାହା ଫଳରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବୀ କରିଛନ୍ତି ଜନକ ।

Leave A Reply

Your email address will not be published.