ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ ବରତୁଣ୍ଡା ଗାଁରେ ମାଁ ଦ୍ୱାରସେନି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ପଞ୍ଚମ ଦିବସରେ ପହଞ୍ଚିଛି । ଆୟୋଜିତ ପଞ୍ଚମ ଦିବସରେ ମୁଖ୍ୟ ଅତିଥି ଭାବେ ଯୁବ ଆଇନଜୀବୀ ପ୍ରକାଶ ନାଗ, ସମ୍ମାନିତ ଅତିଥି ଭାବେ ଭିକାରୀ ଯାନୀ, ହେରାମ ହଂସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ପଞ୍ଚମ ଦିବସ ମ୍ୟାଚ୍ରେ ବରତୁଣ୍ଡା ଓ ଜୁରାବନ୍ଧ ଦଳ ଫାଇନାଲ୍ରେ ଉତ୍ତୀର୍ଣ୍ଣ ହୋଇଥିଲା । ନବୀନ ପୁଟେଲ ଓ ଅଙ୍କିତ ରାଉତ ଖେଳ ପରିଚାଳନା କରିଥିଲେ । ଆୟୋଜକ କମିଟିର ଆଶିଷ ଯାନୀ, ଅଙ୍କିତ ରାଉତ, ଯୋଗୀନ ଭୋଇ, ମହେଶ୍ୱର ପୁଟେଲ, ଇନ୍ଦ୍ର ଭୋଇ, ଡୋଲେଶ୍ୱର ଭୋଇ, ମକରଧ୍ୱଜ ନାଗ, ପ୍ରତାପ ନାଗ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।