ବଲାଙ୍ଗିର ବନ୍ଦ ଡାକରାକୁ ନେଇ ଦ୍ୱନ୍ଦ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୬ ତାରିଖ ଦିନ ଏକ୍ସନ କମିଟି ପକ୍ଷରୁ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଥିବା ବେଳେ ଜବର୍‌ଦଖଲ୍‌ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଲକ୍ଷ୍ମୀଜୋର ଓ ମହାରାଣୀ ସାଗରର ଉନ୍ନତି ପାଇଁ ଅର୍ଥ ମଂଜୁର ହୋଇ ସାରିଥିଲେ ସୁଦ୍ଧା ଆରମ୍ଭ ହୋଇ ପାରିନି କାମ । ଏହାକୁ ନେଇ ବଲାଙ୍ଗିର ଏକ୍ସନ କମିଟି ବନ୍ଦ ଡାକରା ଦେଇଛି । ଅନ୍ୟପକ୍ଷରେ ମହାରାଣୀ ସାଗର କାମ ଆରମ୍ଭ ପାଇଁ ଜବର୍‌ଦଖଲ୍‌ ଉଚ୍ଛେଦ କରିବାକୁ ପ୍ରଶାସନ ତନାଘନା ହେଉଥିବା ବେଳେ ଜବର୍‌ଦଖଲ୍‌ ଉଚ୍ଛେଦର ଶିକାର ହେଉଥିବା ବାସିନ୍ଦାମାନେ ବିରୋଧ କରିଛନ୍ତି ଏହି ବନ୍ଦ ଡାକରାକୁ । ପୁଣି ୬ ତାରିଖ ଦିନ ପଶ୍ଚିମ ଓଡ଼ିଶାର ମହାନ୍‌ ପର୍ବ ‘ପୁଷ୍‌ପୁନି’ ପଡ଼ୁଥିବା ଯୋଗୁଁ ଏକ୍ସନ କମିଟି ପକ୍ଷରୁ ଦିଆଯାଇଥିବା ବଲାଙ୍ଗିର ବନ୍ଦ ଡାକରା ଏହି ଅଂଚଳର ସଂସ୍କୃତି ଓ ପରମ୍ପରାକୁ କୁଠାରାଘାତ କରୁଥିବା ଦର୍ଶାଯାଇଛି ।

Leave A Reply

Your email address will not be published.