ls

ବାରମ୍ଵାର ଅଭିଯୋଗ ସତ୍ତ୍ୱେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବେଆଇନ୍ ମଦ ଚୋରା କାରବାର ଓ ଦୁର୍ନୀତି ହଟୁନି

sb
  • କାର୍ଯ୍ୟାନୁଷ୍ଠାନ ନହେଲେ ଜନ ଆନ୍ଦୋଳନ ହେବ ବୋଲି କାର୍ଯ୍ୟକର୍ତ୍ତା ଗଣ କ୍ଷୋଭର ସହ କହିଛନ୍ତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବେଆଇନ୍ ମଦ ଚୋରା କାରବାର ଓ ଦୁର୍ନୀତିର ହଟୁନି ବାରମ୍ଵାର ପ୍ରଶାସନକୁ ଅଭିଯୋଗ କରିବା ସତ୍ତ୍ୱେ ଅଭିଯୋଗକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଏକ ବିଡମ୍ବନାର ବିଷୟ ହୋଇଛି ବୋଲି ସେଠିକା ନେତୃବର୍ଗ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ପୁଣି ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଏହାର ସମାଧାନ ନହେଲେ ଜନ ଆନ୍ଦୋଳନ ହେବ ବୋଲି ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଚେତାବନୀ ଦିଆଯାଇଛି । ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ’ ଆମ୍ଭେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଭାରତୀୟ ଜାତୀୟ କଂଗ୍ରେସ କାର୍ଯ୍ୟକର୍ତ୍ତା ସମୁହ ଆପଣଙ୍କ ଦୃଷ୍ଟିଗୋଚର କରୁଅଛୁ ଯେ, ଆମ୍ଭେ ଗତ ତା. ୨୪.୦୫.୨୦୨୪ରିଖରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ହେଉଥିବା ଦୁର୍ନୀତିର ଖୁଲାସା କରିବା ସହ ବିହିତ ପଦକ୍ଷେପ ଗ୍ରହଣ କରିବା ସକାଶେ ଆପଣଙ୍କ ଠାରେ ଲିଖିତ ଅଭିଯୋଗ କରି ଆପଣଙ୍କ ଦୃଷ୍ଟିଗୋଚରକୁ ଆଣିଥିଲୁ । ଏଥିପ୍ରତି ଆପଣ କୌଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ ନକରିବାରୁ ଗତ ତା.୧୮/୬/୨୦୨୪ରିଖ ଦିନ ହିଞ୍ଜିଳି କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଛତ୍ରପୁର, ଗଞ୍ଜାମ ସମ୍ମୁଖରେ ଗଣବିକ୍ଷୋଭ ପଦର୍ଶନ କରାଯାଇଥିଲେ ମଧ୍ୟ ଆଜିସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଜଣାପଡିଛି । ଏପରିକି ଗତ ତା.୨୪/୬/୨୦୨୪ ରିଖ ଦିନ ଅଭିଯୋଗକାରୀଙ୍କୁ କୌଣସି ସୂଚନା ପ୍ରଦାନ ନକରି ଭଞ୍ଜନଗର ସବ୍‌ ଡିଭିଜନ ଖଣି ବିଭାଗୀୟ ଅଧିକାରୀ ଅକ୍ଷୟ କୁମାର ସାମଲ ଓ ଆସିକା ଥାନା ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର ପଟ୍ଟନାୟକ ମିଶି ଶେରଗଡ ତହସିଲ ପାକିଡି ଋଷିକୂଲ୍ୟା ନଦୀ ବାଲିଘାଟରେ ପହଞ୍ଚି ବାଲି ଠିକାଦାର ସୁଧାନିଧି ଚୌଧୁରୀଙ୍କ ସହ ସଲାସୁତୁରା କରି ତଦନ୍ତ ସାରିଥିବା ଖବର ଆମ୍ଭେ ଗଣମାଧ୍ୟମରୁ ଜାଣିବାକୁ ପାଇଲୁ । ସଂପୃକ୍ତ ଅଧିକାରୀ ବାଲି ଠିକାଦାର ସୁଧାନିଧି ଚୌଧୁରୀଙ୍କ ସହ ସଲାସୁତୁରା କରି ନିଜର ହାତ ସଫେଇ କରିବା ସହ ରାଜ୍ୟ ରାଜକୋଷରୁ ବାର୍ଷିକ କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି କରିବାରେ ସହାୟକ ହେଉଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୁର୍ନୀତିରେ ଲିପ୍ତ ରହିଥିବା ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସଂପୃକ୍ତ ବାଲିଘାଟ ଲିଜକୁ ରଦ୍ଧ କରାଯାଉ । ହିଞ୍ଜିଳିକାଟୁ ତହସିଲ ଦୁର୍ବନ୍ଧ ଗ୍ରାମ ଶିବମନ୍ଦିର ନିକଟରେ ବେଆଇନ ଭାବେ ମଦଦୋକାନ ଏବଂ ଶେରଗଡ ତହସିଲ ବରମୁଣ୍ଡୁଳି ଗ୍ରାମ ନିକଟରେ ବେଆଇନ ଭାବେ ମଦଭାଟି ଖୋଲାଯାଇଛି । ସ୍ଥାନୀୟ ଅବକାରୀ ଓ ପୁଲିସ ଅଧିକାରୀ ସଂପୃକ୍ତ ମଦ ମାଫିଆ ମାନଙ୍କ ସହ ସଲାସୁତୁରା କରି ରାଜ୍ୟ ରାଜକୋଷରୁ ବାର୍ଷିକ କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି କରିବାରେ ସହାୟକ ହେଉଛନ୍ତି । ଏପରିକି ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିଲେ ମଧ୍ୟ ଏଥିପ୍ରତି କୌଣସି ଆବଶ୍ୟକ ପଦ କରାଯାଉନାହିଁ । ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଆବଶ୍ୟକ ପରିମାଣରେ ଶିକ୍ଷକ ପଦବୀ ପୂରଣ ହୋଇନାହିଁ । ଶେରଗଡ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ୧୦୫ ଜଣ ଶିକ୍ଷକ ଅଭାବ ରହିଛି । ଯଦ୍ୱାରା ଶିକ୍ଷାଦାନ ବାଧାପ୍ରାପ୍ତ ଘଟିବା ସହ କର୍ମଚାରୀଙ୍କ ଅଭାବ ସାଙ୍ଗକୁ ଆବଶ୍ୟକ ଚିକିତ୍ସା ଉପକରଣର ଅଭାବ ଥିବାରୁ ରୋଗୀ ଓ ସର୍ମକୀୟମାନେ ଆବଶ୍ୟକୀୟ ଚିକିତ୍ସା ସୁବିଧା ପାଇନପାରି ବିଭିନ୍ନ ସମୟରେ ଭୁବନଶ୍ୱର ଓ କଟକ ଯାଇ ବହୁ ଖର୍ଚ୍ଚାନ୍ତ ହେଉଛନ୍ତି ଏଠାକାର ଲୋକଙ୍କ ଜୀବନ ଅନ୍ଧାକାର ହୋଇପଡୁଛି । ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଦ୍ଭାବ ରହିଛି । କଟକ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ଓ ନାନା ହଇରାଣ ହରକତ ହେଉଛନ୍ତି । ଏଣୁ ଆପଣଙ୍କୁ ଆମ୍ଭେ ଅନୁରୋଧ କରୁକି, ସମାଧାନ କରିବା ସହ ଶେରଗଡ ତହସିଲ ପାକିଡି ଘଟଣାର ତଦନ୍ତ କରି ଉପରୋକ୍ତ ସମସ୍ୟାର ଆଶୁ ସମାଧାନ କରାଯାଉ । ଋଷିକୂଲ୍ୟା ବାଲିଶର୍ଯ୍ୟା ଚୁକ୍ତି ରଦ୍ଧ କରିବା ସହ ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିବା ଖଣି ଅକ୍ତିଆର କରିଥିବା ଅକ୍ଷୟ କୁମାର ସାମଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନଚେତ୍ ଆମ୍ଭେ ବାଧ୍ୟ ହୋଇ ଆସନ୍ତା ତା ୧୯.୦୭.୨୦୨୪ରିଖ ଦିନ ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହ ଧାରଣାରେ ବସିବୁ । ଆସନ୍ତା ତା ୨୦.୦୭.୨୦୨୪ ରିଖ ଠାରୁ ବ୍ରହ୍ମପୁର ଖଣି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି କହି ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ ଦେଇଛନ୍ତି ।

pc pk
Leave A Reply

Your email address will not be published.