oum

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟଣା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ସରଗଡ଼ା ଗ୍ରାମରେ ଏକ ଅଜଣା ବାଇକ୍‌ ଧକ୍କାରେ ହରେକୃଷ୍ଣ ସାହୁନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ସଦର ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତଜଣକ ହେଲେ ବାଗଡ଼ିଆଁ ଗ୍ରାମର ରବୀନ୍ଦ୍ର ମଟାରୀ ବୋଲି ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ରବୀନ୍ଦ୍ର ଗତ ୧ ତାରିଖରେ ଏକ ଚାରିଚକିଆ ଯୋଗେ ଯାଉଥିବା ବେଳେ ସରଗଡ଼ା ମନ୍ଦିର ନିକଟରେ ହରେକୃଷ୍ଣଙ୍କ ବାଇକକୁ ଧକ୍କା ଦେଇଥିଲା । ଏଥିରେ ହରେକୃଷ୍ଣଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସହ ଥିବା ଅନ୍ୟଜଣେ ଆହାତ ହୋଇଥିଲେ । ସେହିଦିନଠୁ ରବୀନ୍ଦ୍ର ଫେରାର ଥିଲେ ।

Leave A Reply

Your email address will not be published.