ବିଳମ୍ବିତ ରାତିରେ ରାସ୍ତାରୁ ହଟିଲା ଦୁର୍ଘଟଣାଗ୍ରସ୍ତ ଡମ୍ଫର ଗାଡି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁରୁଣା ସରକାରୀ ବସଷ୍ଟାଣ୍ଡ ପାଖରେ ଗୋଟିଏ ଡମ୍ଫର ଗାଡି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଗାଡିଟି ବେଲପାହାଡଠାରୁ ଲାଞ୍ଜିଗଡ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି ହୋଇଥିଲା । ଗାଡିଟି ରାସ୍ତା ମଝିରେ ରହିଯାଇଥିବାରୁ ଯାତାୟାତରେ ଅନେକ ବାଧା ଉପୁଜିଥିଲା । ପୋଲିସର ଉପସ୍ଥିତିରେ ଗାଡିଟିକୁ ଆଣି ପୋଲିସ ଥାନାର ପରିସରରେ ରଖାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.