oum

ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ

jsm

ଯାଜପୁର : ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଳିକ । ତାଙ୍କ କାର୍‌କୁ ଏକ ଟ୍ରକ୍କ ଧକ୍କା ଦେବା ଫଳରେ କାର୍‌ଟି ଡିଭାଇଡର ଉପରେ ଚଢ଼ିଯାଇ ଚୁର୍‌ମାର୍‌ ହୋଇଯାଇଛି । ଏହି ଦୁର୍ଘଟଣା ଯାଜପୁର ଜିଲ୍ଲା ଜାରକା ପାଖରେ ଘଟିଥିବା ବେଳେ ବିଧାୟକ ଓ ତାଙ୍କ ସହଯୋଗୀଙ୍କ ସହ ଡ୍ରାଇଭର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଛି । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଜବତ କରି ଘଟଣା ସଂପର୍କରେ ଅଧିକ ଖୋଳତାଡ ଜାରି ରଖିଛି ।

Leave A Reply

Your email address will not be published.