oum

ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଝୁଲେନବର ଗାଁର ଅନତି ଦୂରରେ ଏକ ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଟ୍ରକ୍ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରି କରିଛି । ସୂଚନା ଅନୁସାରେ ଗତ ଗୁରୁବାର ବିଳମ୍ବିତ ରାତିରେ ସରେଇ ପାଲି ବସ୍ନାର ବିନାୟକ ରାଇସ ମିଲ୍‌ରୁ ୧୪ ଚକିଆ ଟ୍ରକ୍ (ସିଜି୨୨ପି୩୨୪୬) ରେ ୩୦ ଟନ୍ ଚାଉଳ ବୋଝେଇ ପଦ୍ମପୁର-ପାଟଣାଗଡ଼ ରାସ୍ତା ଦେଇ ବିଶାଖାପାଟନମ୍ ଯାଉଥିବାବେଳେ ସାମ୍ନା ପଟରୁ ଦୃତଗତିରେ ଆସୁଥିବା ଏକ ଚାରିଚକିଆ ଗାଡିର ଲାଇଟ୍ ମୁହଁରେ ପଡିବାରୁ ଗାଡ଼ିକୁ ସାଇଟ୍ ଦେବାକୁ ଯାଇ ପୋଲ ତଳକୁ ଖସି ପଡ଼ିଥିଲା ଟ୍ରକ୍‌ ବୋଲି ଡ୍ରାଇଭର କହିଛନ୍ତି ।

Leave A Reply

Your email address will not be published.