oum

କଳିଙ୍ଗା ଘାଟିରେ ପିକ୍‌ନିକ୍‌ ବସ୍‌ ଦୁର୍ଘଟଣା ୩୦ରୁ ଅଧିକ ଯାତ୍ରୀ ଆହତ

jsm

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଘାଟି ରାସ୍ତାରେ ପିଟିହେଲା ବସ୍‌ । ଯାହାଫଳରେ ୩୦ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ସେମାନଙ୍କ ଭିତରୁ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଗୁରୁବାର ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଘଟିଛି ।
ପ୍ରକାଶ ଯେ, ପଶ୍ଚିମବଙ୍ଗର ମେଦିନପୁର ଜିଲ୍ଲାର ଏକ ପିକ୍‌ନିକ ବସ୍‌ ଦାରିଙ୍ଗବାଡ଼ିକୁ ଆସିଥିଲା । ସେଥିରେ ୬୦ ଜଣ ପର୍ଯ୍ୟଟକ ଥିଲେ । ସେମାନେ ଦାରିଙ୍ଗବାଡ଼ିରେ ପିକ୍‌ନିକ୍‌ ସାରି ପୁରୀ ଅଭିମୁଖେ ଯାଉଥିଲେ । ତେବେ କଳିଙ୍ଗା ଘାଟିର ଅନ୍ଧାରୀକୋଟ ନିକଟର ବୁଲାଣି ରାସ୍ତାରେ ବସ୍‌ଟି ଭାରସାମ୍ୟ ହରାଇ ସେଫ୍‌ଟି ୱାଲ୍‌ରେ ପିଟି ହୋଇଯାଇଥିଲା । ବସ୍‌ଟି ସେହିଠାରେ ରହିଯାଇଥିଲା । ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଉଦ୍ଧାର କରିଥିଲେ । ଖବର ପାଇ ଜି.ଉଦୟଗିରି, ଟିକାବାଲି ଓ ଭଞ୍ଜନଗର ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ଆହତ ହୋଇଥିବା ୩୦ ଜଣଙ୍କୁ ଉଦ୍ଧାର କରାଯାଇ ଜି.ଉଦୟଗିରି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଭିତରୁ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।ତେବେ ଅନ୍ୟ ପର୍ଯ୍ୟଟକମାନେ ସେଠାରେ ଅଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରନ୍ଧା ଖାଦ୍ୟ ଓ କମ୍ୱଳ ଯୋଗାଇ ଦିଆଯାଇଛି ।

Leave A Reply

Your email address will not be published.