ସଡ଼କ ଦୁର୍ଘଟଣା : ଟ୍ରକ ଭାରସାମ୍ୟ ହରାଇ ରାଜପଥ କଡ଼କୁ ଧସେଇ ପଶିଲା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗୁରୁନାନଙ୍କ ଛକଠାରେ ଆଜି ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ପସିଯାଇଥିଲା । ସରାଫ ବାରଣ୍ଡାଟି ଭାଙ୍ଗି ଟ୍ରାକଟି ଅଟକି ଯାଇଥିଲା । ଫଳରେ ସାଧାରଣ ଧନ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା । ୩୫୩ ନଂମ୍ବର ଜାତୀୟ ରାଜପଥରୁ ଲଲ୍‌ସାହେବ ପଡାକୁ ଆସୁଥିବା ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ପସିଯାଇଥିଲା । ଟ୍ରକଚାଳକକୁ ଉଦ୍ଧାର କରିଯାଇଛି । ଏଥିରେ କୌଣସି ଧନ ଜୀବନ ହାନୀ ହୋଇ ନଥିବା ଜଣାଯାଇଛି ।

Leave A Reply

Your email address will not be published.