ଦୁର୍ଘଟଣା : ଗଛରେ ପିଟିହେଲା ଆମ୍ବୁଲାନ୍ସ, ରୋଗୀ ଓ ସମ୍ପର୍କୀୟ ମୃତ

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଖବର ଆସିଛି । ଆମ୍ବୁଲାନ୍ସରେ ହସ୍ପିଟାଲକୁ ରୋଗୀ ଆସୁଥିବା ବେଳେ ଘଟିଛି ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଆମ୍ୱୁଲାନ୍ସ । ଦୁର୍ଘଟଣାରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଝୁଲେନବର ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଆମ୍ୱୁଲାନ୍ସ ଡ୍ରାଇଭର ଫେରାର୍‌ ହୋଇଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳି ପାରିନାହିଁ । ପଦ୍ମପୁର ପଟୁ ରୋଗୀଙ୍କୁ ନେଇ ଆମ୍ୱୁଲାନ୍ସଟି ପାଟଣାଗଡ଼ ଆସୁଥିବା କୁହାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.