ତୁରେକେଲା, (ପୀତାମ୍ବର ଦୀପ) : ବଲାଙ୍ଗିର ଜିଲା ତୁରେକେଲା ଥାନା ବୁଢୀବାହାଲ ଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଶଳା, ଭିଣୋଇଙ୍କ ମୃତ୍ୟୁ । ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଦୁଇ ଶଳା ଓ ଭିଣୋଇ ଏକ ମଟର ସାଇକେଲ ଯୋଗେ ଡ଼ୁମେରଚୁଆଁ ଗାଁକୁ ଏକ ଦଶାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ । ସେଠାରେ କାମ ସାରି ରାତିରେ ମଟର ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା । ଭିଣୋଇ ହରେଶ ମାଝୀ ଓ ତାଙ୍କ ଶଳା ବେଦ ପୁଝାରୀ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଖବର ପାଇ ଦୁର୍ଘଟଣା ସ୍ଥଳରେ ତୁରେକେଲା ପୋଲିସ ପହଞ୍ଚି ୨ଶବକୁ ଜବତ କରିଛି । କିପରି ଦୁର୍ଘଟଣା ହେଲା ତାକୁ ନେଇ ପୋଲିସ ଛାନ୍ଭିନ୍ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।