ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ମୁଖ୍ୟ ରାସ୍ତାରେ ଦିନକୁ ଦିନ ଦୁର୍ଘଟଣା ଦୃତ ଗତିରେ ବଢ଼ିଚାଲିଛି । ବିଶେଷ କରି ପାଟଣା ଛକ, ଭାଗିରଥି ଛକ, ଜିଲ୍ଲାପାଳ ଅଫିସ୍ ଛକ, କଲେଜ ଛକ, ପ୍ୟାଲେଶ ଲାଇନ ଛକ, ନୂଆ ବସ ଷ୍ଟାଣ୍ଡ ଶାସ୍ତ୍ରୀ ନଗର ଛକମାନଙ୍କରେ ଛୋଟ ଛୋଟ ଦୁର୍ଘଟଣା ଦୈନନ୍ଦିନ ହେଉଛି । ଏଠାରେ ସୂଚନା ଯୋଗ୍ୟ ଯେ ସହରର ଟ୍ରାଫିକ ନିୟନ୍ତ୍ରଣ ଭୁଷୁଡି ପଡିଥିବାର ଲକ୍ଷ୍ୟ କରାଯାଉଛି । ସହରର ମୁଖ୍ୟ ସ୍ଥାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଏହି କାର୍ଯ୍ୟାଳୟ ପାଖରେ ଟ୍ରାଫିକକୁ ଲାଗି ରହିଛି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଏହି କାର୍ଯ୍ୟାଳୟ ପାଖରେ ରହିଛି ଏକ ଘଣ୍ଟା ମରାମତି ଦୋକାନ, ପୁଣି ଲାଗିକରି ରହିଛି ଓମ୍ଫେଡ କ୍ଷୀର ଦୋକାନ, ଏହା ପାଖରେ ରହିଛି, କଦଳୀ, ନଡ଼ିଆ ଓ ଆଳୁ ପିଆଜ ଦୋକାନ । ଓମ୍ଫେଡ୍ କ୍ଷୀର ଦୋକାନରେ ସବୁବେଳେ ଭିଡ଼ ଦେଖିବାକୁ ମିଳେ । ସବୁବେଳେ ରାସ୍ତା ପାଖରେ ବାଇକ ରଖୁଥିବାର ଦେଖିବାକୁ ମିଳୁଛି । ଯାହାଫଳରେ ଦୈନନ୍ଦିନ ଭିଡ଼ ମଧ୍ୟ ଦେଖିବାକୁ ମିଳେ । ଆଜି ସକାଳୁ ସକାଳୁ ଏକ ମାଲବୋଝେଇ ଗାଡ଼ି ଙଊ ୦୫ଇ ୨୨୯୦୦ ଟ୍ରକ ଦିଭାଇଡରରେ ପିଟି ହୋଇ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏହି ସ୍ଥାନରେ ଦୈନଦିନ ଛୋଟ ଛୋଟ ଦୁର୍ଘଟଣାମାନ ଦେଖିବାକୁ ମିଳୁଛି । ଜିଲ୍ଲାପାଳଙ୍କ ସମ୍ମୁଖରେ ଥିବା ମୁଖ୍ୟ ରାସ୍ତାର ଟ୍ରାଫିକ ପାଖରେ ଏହି ଅଫିସ ଓ ଦୋକାନ ବଜାର ଅନ୍ୟତ୍ର ସ୍ଥାନ ପରିବର୍ତ୍ତନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି କରିଛନ୍ତି ।