ଭାରସାମ୍ୟ ହରାଇ ଗଛରେ ପିଟିହେଲା ଅଟୋ : ୫ ଆହତ, ୧ ଗୁରୁତର : ଘଟଣାସ୍ଥଳରୁ ଚାଳକ ଫେରାର୍

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିକଟସ୍ଥ କେନ୍ଦୁମୁଣ୍ଡି ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ଚନ୍ଦନଭାଟି ନିକଟସ୍ଥ ସରଗାଡ଼ ଠାରୁ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଅଟୋରେ ପାଟଣାଗଡ଼ ନିକଟସ୍ଥ ଖଲିପଥରକୁ ଯାଉଥିବା ବେଳେ କେନ୍ଦୁମୁଣ୍ଡି ଠାରେ ଅଟୋ (ଓଡ଼ି୦୩ଜି୫୩୧୨) ଭାରସାମ୍ୟ ହରାଇ ରାସ୍ତାକଡ଼ର ଏକ ଗଛରେ ବାଡେ଼ଇ ହେବା ଫଳରେ ଅଟୋ ଯାତ୍ରୀ କୁମ ସେଠ(୪୫), ନୀରୁ ନାଗ(୩୫), ପିଙ୍କି ସେଠ(୩୫), ବୁଢ଼ା ବିଶି(୪୫), ନିଖିଳ ସେଠ(୧୪), ରିଙ୍କି ନାଗ(୩) ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ନିଖିଳ ଗୁରୁତର ଥିବା ଜଣାପଡ଼ିଛି । ତେବେ ଘଟଣାସ୍ଥଳରୁ ଅଟୋ ଚାଳକ ଫେରାର୍‌ ହୋଇ ଯାଇଥିବା କୁହାଯାଇଛି ।

Leave A Reply

Your email address will not be published.