oom

ଠାକୁରମୁଣ୍ଡା ପୁରୁଣାପାଣି ପୋଲ ନିକଟରେ ଦୁର୍ଘଟଣା : ବାଇକ୍ ଆରୋହୀ ମୃତ

jsmm

କପ୍ତିପଦା : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶରତ ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣା । ଠାକୁରମୁଣ୍ଡା ରାସ୍ତାର ପୁରୁଣାପାଣି ପୋଲ ନିକଟରେ ବାଇକ ଦୁର୍ଘଟଣାରେ ଆରୋହୀ ମୃତ୍ୟୁ ଘଟିଛି । ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ସକାଳେ ସ୍ଥାନୀୟଲୋକ ଦେଖି ଶରତ ଥାନକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଛି । ଏଥି ସହିତ ଦୁର୍ଘଟଣା ଗସ୍ତ ବାଇକକୁ ଉଦ୍ଧାର କରି ଥାନାକୁ ଆଣିଛି ପୁଲିସ । ମୃତକ ବାଇକ ପରିଚୟ ମିଳିନଥିବା ବେଳେ ପୁଲିସ ମାମଲାର ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଠାକୁରମୁଣ୍ଡା ରାସ୍ତାର ପୁରୁଣାପାଣି ପୋଲ ନିକଟରେ ବାଇକ୍ ଦୁର୍ଘଟଣା ଘଟିଥିଲା । ବାଇକ୍ ଆରୋଇଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକଟିକୁ ପୁଲିସ ରାସ୍ତାକଡ଼ରୁ ଉଦ୍ଧାର କରିଛି । ତେବେ କେଉଁ ଗାଡ଼ି ଧକ୍କାରେ ବାଇକ୍ ଦୁର୍ଘଟଣା ଘଟିଛି ତାହ ଜଣାପଡିନାହିଁ । ଆରୋହୀ ଜଣଙ୍କ ପରିଚୟ ମଧ୍ୟ ମିଳିପାରିନାହିଁ ।

jittmm
Leave A Reply

Your email address will not be published.