centurian jitm

ବଲାଙ୍ଗିରରେ ସିରିଜ୍‌ ଦୁର୍ଘଟଣା

nschool

ବଲାଙ୍ଗିର, (କେପିଏନ୍‌ଏନ୍‌) : ବଲାଙ୍ଗିର ଓଭରବ୍ରିଜ ଚା’ ଦୋକାନ ସାମ୍ନାରେ ୯ରୁ ଅଧିକ ଗାଡ଼ିକୁ ଧକ୍କା ଦେଲା ହାଇଡ଼୍ରା । ଯାହା ଫଳରେ ଗାଡ଼ିଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଚୁର୍‌ମାର୍‌ ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଥିଲା । ଗୁରୁତର ଆହତଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ହାଇଡ଼୍ରା ଭିତରୁ ଡ଼୍ରାଇଭରକୁ ବାହାର କରି ନିସ୍ତୁକ ଛେଚିଥିଲେ । ତେବେ ଏହି ସିରିଜ୍‌ ଦୁର୍ଘଟଣାରେ ୯ରୁ ଅଧିକ ବାଇକ ସମ୍ପୂର୍ଣ୍ଣ ଚୁର୍‌ମାର୍‌ ହୋଇଯାଇଥିବା ଦେଖିବାକୁ ମିଳିଛି । ଖବର ପାଇ ବଲାଙ୍ଗିର ସଦର ଏସ୍‌ଡ଼ିପିଓ ଘଟଣାସ୍ଥଳରେ ପହଂଚି ଡ଼୍ରାଇଭରକୁ ଉଦ୍ଧାର କରିବା ସହ ଫୋର୍ସ ମୁତୟନ କରି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ତେବେ ଏହି ଘଟଣାକୁ ନେଇ ଚାରିଆଡେ଼ ଚର୍ଚ୍ଚା ଜୋର ହେଉଥିବା ବେଳେ ବଲାଙ୍ଗିର ଟାଉନ ଥାନା ପୋଲିସ ବଢୁଥିବା କ୍ରାଇମ ରୋକି ପାରୁଛି ନା ଟ୍ରାଫିକ ନିୟନ୍ତ୍ରଣ କରି ପାରୁଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ବଲାଙ୍ଗିର ପୋଲିସ ମୁଖିଆ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.