ମର୍ମନ୍ତୁଦ ସଡକ ଦୁର୍ଘଟଣା : ଚାଳକ ମୃତ, ଚାରି ଗୁରୁତର

ପୁରୁଣାକଟକ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଘଟଣାସ୍ଥଳରେ ଚାଳକ ମୃତ, ଚାରି ଗୁରୁତର । ପୁରୁଣାକଟକ ଥାନା ଝାଡ୍ରାଜିଙ୍ଗ ଛକ ନିକଟରେ ଦୁର୍ଘଟଣା । ଗୁରୁତର ଚାରିଜଣଙ୍କୁ ପୁରୁଣାକଟକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁରୁତରଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତକ ଜଣକ କନ୍ଧମାଳ ଜିଲ୍ଲା ରାଣୀପଥର ଗାଁର ଗଙ୍ଗା ମଲ୍ଲିକ ବୋଲି ଖବର ମିଳିଛି । ସୂଚନା ମୁତାବକ ଚାରିଛକ ପଟୁ ଫୁଲବାଣୀ ପଟକୁ ଏକ କାର ଦ୍ରୁତଗତିରେ ଆସୁଥିବା ବେଳେ ପୁରୁଣାକଟକ ଥାନା ଝାଡ୍ରାଜିଙ୍ଗ ଛକ ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଗୁରୁତର ହୋଇଥିଲେ । ସମସ୍ତ ଯାତ୍ରୀ କନ୍ଧମାଳ ଜିଲ୍ଲା ରାଣୀପଥରର ହୋଇଥିବା ବେଳେ ମୃତକ ଜଣକ ହେଲେ ରାଣୀପଥର ଗାଁର ଗଙ୍ଗା ମଲ୍ଲିକ । ତେବେ ଅନ୍ୟମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ ।

Leave A Reply

Your email address will not be published.