ତେନ୍ତୁଳିଖୁଣ୍ଟିର ଜଣେ ଯୁବକଙ୍କ ଧୁମାଭଟାରେ ବାଇକ ଦୁର୍ଘଟଣାରେ ମୃତ୍ୟୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମର ଦେବରାଜ ନାୟକ(୪୫) ନାମକ ଜଣେ ବ୍ୟକ୍ତିଙ୍କ ବେଲପଡା ଥାନା ଧୁମାଭଟା ଗ୍ରାମ ନିକଟ ବାହାଲଜୋରରେ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ମୃତ ଦେବରାଜ ବେଲପଡା ଅଞ୍ଚଳରେ ବିବାହ କରିଥିବା ବେଳେ ତାଙ୍କର ସ୍ତ୍ରୀ, ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି । ତାଙ୍କର ଦାମ୍ପତ୍ୟ ଜୀବନରେ ବାରମ୍ବାର କଳହ ଲାଗି ରହୁଥିବା ଜଣାପଡିଛି । ସୋମବାର ସେ ନିଜ ଶାଶୁ ଘରକୁ ଯାଉଥିବା ବେଳେ ଘଟଣା ସ୍ଥଳରେ ବାଇକ (ସିଜି ୦୪ ସିଜେ ୪୭୦୩)ରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ କପା କିଆରିରେ ଯାଇ ପଡ଼ିଥିଲେ । ଫଳରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇ ବେଲପଡ଼ା ଥାନା ପୁଲିସ ପହଞ୍ଚି ମୃତଦେହ ଓ ବାଇକକୁ ଜବତ କରିଥିଲା । ଏ ସମ୍ପର୍କରେ ବେଲପଡ଼ା ଥାନା ପୁଲିସ ପକ୍ଷରୁ କେସ ନଂ ୨୬୯/୨୪ରୁଜ୍ଜୁ ହୋଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ମଙ୍ଗଳବାର ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଆଇଆଇସି ଅନନ୍ତ ପଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!