
କଣ୍ଟାବାଞ୍ଜି, (ଜୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଠାରୁ କୁର୍ଲୀ ରାସ୍ତା ପାଖରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଜଣେ ସାଇକେଲ ଆରୋହୀଙ୍କୁ ବସ୍ ଧକ୍କା ଦେଇଛି । ସୂଚନା ଅନୁସାରେ କୁର୍ଲୀ ଗ୍ରାମର କୀର୍ତ୍ତନ ରଣା ନିଜ ସାଇକେଲରେ ଘରକୁ ଫେରୁଥିବା ସମୟରେ ଦୃତଗତିରେ ଆସୁଥିବା ବିଜୟଲକ୍ଷ୍ମୀ ବସ୍ କୁର୍ଲୀ ଗ୍ରାମ ରାସ୍ତାରେ ତାଙ୍କୁ ଧକ୍କା ଦେଇଥିଲା । ଫଳରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଆହତ ସାଇକେଲ ଆରୋହୀଙ୍କୁ ଉଦ୍ଧାର କରି ନିକଟସ୍ଥ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ । ତାଙ୍କ ସ୍ଥିତି ଗୁରୁତର ଥିବାରୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।