oom

ଏସ୍‌ସିବି ମେଡିକାଲ ନୂତନ କୋଠା ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

jsmm
  • ଆହତଙ୍କୁ ଗୁଣାତ୍ମକ ଚିକିତ୍ସା ସୁବିଧା ସହ ଆଶୁ ଆରୋଗ୍ୟ କାମନା କଲେ ମନ୍ତ୍ରୀ

ଭୁବନେଶ୍ୱର : ୨୦୨୪- ନିର୍ମାଣଧୀନ ଏସ୍‌ସିବି ମେଡିକାଲ ନୂତନ କୋଠା ଦୁର୍ଘଟଣାର ଶିକାର ହୋଇଥିବା ୩ ଜଣ ଆହତଙ୍କୁ ଆଜି ସଂଧ୍ୟାରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭେଟିବା ସହ ସମସ୍ତଙ୍କୁ ଉଚ୍ଚମାନର ଗୁଣାତ୍ମକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଦୁର୍ଘଟଣା ସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରି ଏହାର କାରଣ ସମ୍ପର୍କରେ ଉପସ୍ଥିତ କର୍ମଚାରୀ ତଥା ଶ୍ରମିକ ମାନଙ୍କ ଠାରୁ ପଚାରି ବୁଝିବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ଓବିସିସିର ପରିଚାଳନା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଘଟଣାକୁ ମନ୍ତ୍ରୀ ଅତି ଗୁରୁତର ଭାବେ ଗ୍ରହଣ କରିବା ସହ ଖବର ପାଇବା କ୍ଷଣି ସେଠାରେ ପହଂଚି ଏସମ୍ପର୍କରେ ତଥ୍ୟ ନେଇଛନ୍ତି । ଘଟଣାଟି କେଉଁ କାରଣରୁ ଘଟିଲା ଏବଂ ଏଥିରେ କାହାର ସଂପୃକ୍ତି ଅଛିକି ସେ ସମ୍ପର୍କରେ ରିପୋର୍ଟ ଦେବାକୁ ମନ୍ତ୍ରୀ ଓବିସିସିର ପରିଚାଳନା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କ ବିରୋଧରେ ଆଇନ ଅନୁସାରେ କଠୋର ଦଣ୍ଡ ବିଧାନ କରାଯିବ ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଏଥି ସହିତ ମନ୍ତ୍ରୀ ଆହତ ଶ୍ରମିକମାନଙ୍କୁ ମେଡିକାଲରେ ଭେଟିବା ସହ ସେମାନଙ୍କର ଆସୁ ଆରୋଗ୍ୟ କାମନା କରିଛନ୍ତି । ଏହି ପରିଦର୍ଶନ ସମୟରେ ସ୍ଥାନୀୟ ବିଜେପି ନେତା ନୟନ କିଶୋର ମହାନ୍ତି, ଲଲାଟେନ୍ଦୁ ବଡୁ, ସିକନ୍ଦର ଅଲ୍ଲୀଙ୍କ ସମେତ ଓବିସିସି ଏମ୍‌ଡି ଜେ. କେ ଦାସ, ଏସ୍‌ସିବି ସୁପରିଟେଡେଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.