ରାଜଧାନୀ ଭୁବନେଶ୍ୱରରେ ସିରିଜ୍ ଦୁର୍ଘଟଣା

ଭୁବନେଶ୍ୱର : ଆଜି ସକାଳେ ରାଜଧାନୀ ଭୁବନେଶ୍ୱର ସତସଙ୍ଗବିହାର ନିକଟରେ ସିରିଜ ଦୁର୍ଘଟଣା ଘଟିଛି । ଫଳରେ ୩ଟି କାର୍ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ, ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରର ଚାଳକ ଗୁରୁତର ହୋଇଥିବା ଜଣାପଡ଼ିଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ସତସଙ୍ଗବିହାର ନିକଟ ରାସ୍ତାରେ ଜଣେ ବୋଲେରୋ ଚାଳକ ଓ ଜଣେ ବାଇକ୍ ଚାଳକ କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବସ୍ ହଠାତ୍ ବ୍ରେକ ମାରିବାରୁ ସେହି ଦିଗରେ ଆସୁଥିବା ଏକ କାର ସହ ଧକ୍କା ହୋଇଥିଲା ଫଳରେ ଉକ୍ତ କାର ଯାଇ ଅନ୍ୟ କାରଗୁଡ଼ିକ ସହ ଶକ୍ତ ଭାବରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଯୋଗୁଁ କିଛି ସମୟ ଯାଏ ରସୁଲଗଡ଼ଠାରୁ ପଳାଶୁଣି ଯାଏଁ ଟ୍ରାଫିକ୍ ଜାମ୍ ହୋଇଯାଇଥିଲା ।

Leave A Reply

Your email address will not be published.