କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରବିବାର ସନ୍ଧ୍ୟାରେ ଗୋଲାମୁଣ୍ଡା ଥାନା ଡୋକରି ପଡା ନିକଟରେ ପିକ୍ଅପ୍ ଦୁର୍ଘଟଣାରେ ଧର୍ମଗଡ ଏବଂ ଜୁନାଗଡ଼ ହସ୍ପିଟାଲରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଜୁନାଗଡ଼ ବ୍ଲକ ମିଚାଗାଁର ମୋହନ ବିଶ୍ୱାଳ, ମଞ୍ଜୁଲତା ବିଶ୍ୱାଳ, ସୁକାନ୍ତି ମାଝୀ ଏବଂ ସୁରଭି ଚଲାନ ବୋଲି ସୂଚନା ମିଳିଛି । ଗତକାଲି ଧର୍ମଗଡ ହସ୍ପିଟାଲରେ ମୋହନ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିବା ବେଳେ ଜୁନାଗଡ଼ ହସ୍ପିଟାଲରେ ମଞ୍ଜୁଲତା ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ପୁଣି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ମୃତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ତିନି ଲକ୍ଷ୍ୟ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି । ଗୁରୁତର ଶ୍ରମିକ ମାନଙ୍କ ସଠିକ ଚିକିତ୍ସା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୁ ନିର୍ଦ୍ଦେଶ ଦିଆଯିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଗୋଟିଏ ଗ୍ରାମର ଚାରି ଜଣଙ୍କ ମୃତ୍ୟୁ ଘଟିଥିବାରୁ ମିଚା ଗାଁରେ ଶୋକର ଛାୟା ଖେଳି ଯାଇଛି । ଅପରପକ୍ଷେ ପିକ୍ଅପ୍ରେ କେମିତି ଶ୍ରମିକମାନଙ୍କୁ ନିଆ ଯାଉଥିଲା ତାହା ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।