ଦୁର୍ଘଟଣା : ଜେରକ୍ସ ଦୋକାନ ଉପରେ ଚଢ଼ିଗଲା ଟ୍ରକ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଜେରକ୍ସ ଦୋକାନ ଉପରକୁ ଏକ ଟ୍ରକ ଚଢି ଯାଇଥିବା ଦେଖିବାକୁ ମିଳିଛି । ଆଜି ଭୋର ସକାଳୁ ବଲାଙ୍ଗିର ସହର ମେଡିକାଲ ଛକରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ଭୋର ସମୟରେ ଟ୍ରକଟି ଏକ ଜେରକ୍ସ ଦୋକାନ ଉପରକୁ ଚଢିଯାଇଥିଲା । ଟ୍ରକ୍ ଡ୍ରାଇଭର ଜିତେନ୍ଦ୍ର କୁମାରଙ୍କ କହିବା ଅନୁସାରେ, ସେ ସାର ନେଇ ରାଉରକେଲାରୁ ପାଟଣାଗଡ ଯାଉଥିଲେ । କିନ୍ତୁ ଭୋର ୪ ଟାରେ ମେଡିକାଲ ଛକରେ ଅନ୍ୟ ଏକ ଆନ୍ଧ୍ରା ଟ୍ରକକୁ ସାଇଡ ଦେବା ବେଳେ ସେ ଭାରସାମ୍ୟ ହରାଇ ଦୋକାନ ଉପରକୁ ଚଢାଇ ଦେଇଥିଲେ ।

Leave A Reply

Your email address will not be published.