ଠାକୁରପାଲି ଗାଁଠାରେ ବାଇକ୍‌ ଦୁର୍ଘଟଣା : ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଠାକୁରପାଲି ଗାଁଠାରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଦୁର୍ଘଟଣାଗ୍ରସ୍ତ ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବବ୍‌ଜା ଗ୍ରାମର ସୁଶାନ୍ତ ମୁଗ୍ରୀ(୨୧) ବୋଲି ଜଣାପଡିଛି । ସୂଚନା ଅନୁସାରେ ଯୁବକ ଜଣକ କୌଣସି ଏକ କାମରେ ବବ୍‌ଜାରୁ ଗୌରେନମୁଣ୍ଡା ଯିବା ରାସ୍ତାରେ ଠାକୁରପାଲି ଛକ ଠାରେ ଭାରସାମ୍ୟ ହରାଇ ପଡିଯାଇଥିଲେ । ଫଳରେ ତାଙ୍କୁ ଗୁୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.