ଇଚର୍ ଟ୍ରକ୍ ଧକ୍କାରେ ୨ ମୃତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହୁଲପାଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋଇନ୍ଦମାଲ ଲାଠୋର ଯିବା ରାସ୍ତା ଲାଥବୁଢା ପୋଲ ପାଖାପାଖି ଏକ ଇଚର୍ ଟ୍ରକ୍ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ଅଶୋକ ମାଝି ଗୋଇନ୍ଦମାଲ ନିବାସୀ ନିଜ ଗର୍ଭବତୀ ସ୍ତ୍ରୀକୁ ଲଠୋର ଡାକ୍ତରଖାନାକୁ ଚିକିତ୍ସା କରିବା ପାଇଁ ନେଇଥିଲା । ଡାକ୍ତରଙ୍କ ସହ ପରାମର୍ଶ ତଥା ଚିକିତ୍ସା କରାଇ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଲାଥବୁଢା ପୋଲ ଆଗକୁ ବୁଲେଇ ରାସ୍ତା ପାଖରେ ଏକ ଇଚର୍ ଟ୍ରକ୍ ନଂ ସିଜି୦୪ଜେସି ୬୦୮୫ ମୁହାଁ ମୁହିଁ ଧକ୍କା ଦେଇଥିବାରୁ ଦୁଇ ଜଣ ଛିଟିକି ପଡି ମୃତ୍ୟୁ ମୁଖରେ ପଡିଥିଲେ । ଜନସାଧାରଣଙ୍କ କହିବା ମୁତାବକ ଗାଡି ଚାଳକ ଦୁର୍ଘଟଣା ପରେ ଫେରାର୍‌ ହୋଇଯାଇଛି । ଏ ସମୟରେ ଗାଁ ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦେଖିବାରୁ ଦମ୍ପତିଙ୍କ ପ୍ରାଣ ଆଉ ନଥିଲା । ଗାଁ ଲୋକେ ଓ ରାସ୍ତାରେ ଯିବାଆସିବା କରୁଥିବା ଲୋକେ ରୁଣ୍ଡ ହୋଇ ଆମ୍ବୁଲାନ୍ସକୁ ଏବଂ ତୁରେକେଲା ପୋଲିସକୁ ଫୋନ୍ ମାଧ୍ୟମରେ ଜଣାଇଥିବା କହିଥିଲେ । ଏନେଇ ତୁରେକେଲା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରି ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.