
ବାରିପଦା : ବାରିପଦାର ମଞ୍ଚାବନ୍ଧା ଠାରେ ବିଳମ୍ବିତ ରାତିରେ ଘଟିଛି ସଡ଼କ ଦୁର୍ଘଟଣା । ମଞ୍ଚାବନ୍ଧା ଠାରେ ଜାତୀୟ ରାଜପଥ କଡ଼ରେ ଛିଡା ହୋଇଥିବା ଦୁଇ ଜଣ କିନ୍ନରଙ୍କୁ ଧକ୍କା ଦେଇଛି ଏକ ବୋଲେରୋ ଗାଡି । ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି ସ୍ପଷ୍ଟ ହୋଇନଥିବା ବେଳେ ଦୁଇ ଜଣକୁ ବାରିପଦା ସ୍ଥିତ ପିଆର୍ଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଭାବେ ଆହତ ହୋଇଥିବା ବେଳେ ଚିକିତ୍ସା ଜାରି ରହିଛି । ଦୁଇ ଜଣ ଗୁରୁତରଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।