ମର୍ମନ୍ତୁଦ ସଡକ ଦୁର୍ଘଟଣା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ସମ୍ବଲପୁର-ବଲାଙ୍ଗିର ୨୬ ନଂ ଜାତୀୟ ରାଜପଥ ବୁଢୀ ପଦର ପଂଚାୟତ ହାଇସ୍କୁଲ ନିକଟରେ ଗତକାଲି ସନ୍ଧ୍ୟା ୭ ଘଣ୍ଟା ସମୟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ମିଳିଥିବା ସୂଚନା ମୁତାବକ ବାଇକ ଆରୋହି ସମ୍ବଲପୁର ପଟୁ ଲୋଇସିଂହା ଆଡକୁ ଯାଉଥିବା ସମୟରେ ବଲାଙ୍ଗିର ପଟରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ ଆରୋହି କିଛି ଦୂରକୁ ଛିଟିକି ପଡିଥିଲେ । ଅଗ୍ନିଶମ ବାହିନୀ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍‌ସ୍ଥଳରେ ପହଞ୍ଚି ବାଇକ ଆରୋହିଙ୍କୁ ଲୋଇସିଂହା ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଛନ୍ତି । ମଟର ସାଇକେଲର ନମ୍ବର- ଓଆର୍‌୩୧୬୦୫୯ ହୋଇଥିବା ବେଳେ ବାଇକ ଆରୋହିଙ୍କ ପରିଚୟ ଜଣାପଡି ନାହିଁ ।

Leave A Reply

Your email address will not be published.