ଶାନ୍ତିପଡ଼ା ଛକରେ ଦୁର୍ଘଟଣା : ରାସ୍ତାକଡ଼ର ତାରଖୁଣ୍ଟରେ ପିଟିହେଲା କାର୍‌, ୩ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେପରୁଆ ଗାଡ଼ି ଚାଳନା ଯୋଗୁଁ ଶାନ୍ତିପଡ଼ା ଛକରେ ଆଜି ସକାଳୁ ଦୁର୍ଘଟଣା ଘଟିଥିବା ବେଳେ ଏ.କେ.କିରାନା ଷ୍ଟୋର୍‌ ସାମ୍‌ନାର ତାରଖୁଣ୍ଟରେ ଏକ କାର୍‌(ନଂ.ଓଆର୍‌୦୨ବିଏସ୍‌୧୯୦୦) ପିଟି ହୋଇଥିବା ଦେଖିବାକୁ ମିଳିଛି । ରାସ୍ତାକଡ଼ରେ ଥିବା ଜଣେ ସାଇକେଲ ଆରୋହୀ, ମର୍ଣ୍ଣିଂ ୱାକିଂରେ ଥିବା ଜଣେ ବ୍ୟକ୍ତି ଏବଂ ଅନ୍ୟ ଜଣେ ଏଥିରେ ସାମାନ୍ୟ ଆହତ ହୋଇଥିବା ଖବର ମିଳିଛି । କାର୍‌ ମାଡ଼ି ଯିବାରୁ ଗୋଟିଏ ସାଇକେଲ ଏବଂ ଟିଭିଏସ୍‌ ଗାଡ଼ି ଭାଂଗି ଯାଇଥିବା ବେଳେ ସକାଳୁ ସକାଳୁ ବେଶୀ ଲୋକ ଭିଡ଼ ନଥିବା ଯୋଗୁଁ ଅଧିକ କ୍ଷୟକ୍ଷତି ହୋଇ ନଥିବା ଲୋକେ ଚର୍ଚ୍ଚା କରୁଛନ୍ତି ।

ତେବେ ଶାନ୍ତିପଡ଼ା ଟର୍ଣିଂ ପଏଣ୍ଟ ସଂକୀର୍ଣ୍ଣ ଥିବାରୁ ଏଭଳି ଛୋଟବଡ଼ ଅନେକ ଘଟଣା ଘଟୁଥିବା କୁହାଯାଇଛି । ଦୁର୍ଘଟଣା ସ୍ଥଳକୁ ତୁରନ୍ତ ବଲାଙ୍ଗିର ଟାଉନ୍‌ ପୋଲିସ ପିସିଆର୍‌ ଭ୍ୟାନ୍‌ ପହଂଚି ଦୁର୍ଘଟଣାଗ୍ରସ୍ତ କାର୍‌କୁ ଉଦ୍ଧାର କରିବା ସହିତ ଆହତମାନଙ୍କୁ ଭୀମ ଭୋଇ ମେଡ଼ିକାଲକୁ ପହଂଚାଇଥିଲା । ତେବେ ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଥିବା ଖବର ମିଳିଛି ।

Leave A Reply

Your email address will not be published.