om academy

କୋଣାର୍କ ବେଳାମାର୍ଗରେ ସିରିଜ୍ ଦୁର୍ଘଟଣା, ୨ ମୃତ ୧୩ ଗୁରୁତର

jsm

ପୁରୀ : କୋଣାର୍କ ବେଳାମାର୍ଗରେ ସିରିଜ୍ ଦୁର୍ଘଟଣା ଘଟିଥିବା ଜଣାପଡିଛି । କାର, ବାଇକ୍‌ ଏବଂ ଅଟୋ ଆଗ ପଛ ହୋଇ ଧକ୍କା ହୋଇଛନ୍ତି । ସୂଚନା ଅନୁଯାୟୀ, ରବିବାର ପୂର୍ବାହ୍ନରେ ଏକ କାର୍‌ ଓ ବାଇକ୍‌ ପୁରୀରୁ କୋଣାର୍କ ଆଡକୁ ଯାଉଥିଲା । କୋଣାର୍କରୁ ଏକ ଅଟୋ ପୁରୀ ଆସୁଥିଲା । ଘନଶ୍ୟାମ ହେମଲତା କଲେଜ ନିକଟରେ ବାଇକ୍ ଚକ ଫାଟି ଯାଇଥିଲା । ଫଳରେ ସିରିଜ୍ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୨ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.