
ରାଇରଙ୍ଗପୁର : ବହଳଦା ଥାନା ବାଗଡେଗା ନିକଟରେ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ବହଳଦା ଥାନା ଝାଡ଼ଗାଁ ଗ୍ରାମର ବୋଲି ସୂଚନା ମିଳିଛି । ତେବେ ଦୁର୍ଘଟଣା ଘଟାଇ ଚାଳକ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।