ମାଧିଆପାଲିରେ ସଡ଼କ ଦୁର୍ଘଟଣା, ୨ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର – ସମ୍ବଲପୁର ଜାତୀୟ ରାଜପଥର ମାଧିଆପାଲିରୁ ବୁଢୀ ସିଂଢୋଲ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟଙ୍କ ମଧ୍ୟରେ ବୁଢୀସିଂଢୋଲ ଗାଁର ଶତ୍ରୁଘନ ମାଝୀ ଓ ଅନ୍ୟ ଜଣେ ରାହୁଲ କମ୍ପ ବୋଲି ଜଣାପଡିଛି । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ । ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.