ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ଶାନ୍ତିପଡା ଛକଠାରେ ଏକ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ, ପାଟଣାଗଡ ପଟୁ ଏକ ବସ୍ ଆସି ସ୍ଥାନୀୟ ଛକ ଠାରେ ଅଟକି ଥିବା ବେଳେ ଏକ କାର୍ ତାକୁ ଓଭରଟେକ କରିବା ସମୟରେ ସାମ୍ନା ପଟୁ ତଥା ଭୁଲ ରାସ୍ତା ଦେଇ ଆସୁଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟି ଚାଳକ ଜଣକ ସାମାନ୍ୟ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ କାର୍ ଚାଳକ ଓ ସ୍କୁଟି ଚାଳକ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକେ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା ।