oom

ବାଇକ୍‌ ଦୁର୍ଘଟଣାରେ ଶିକ୍ଷକ ଗୁରୁତର

jsmm

ମୁରିବାହାଲ, (କେପିଏନ୍‌ଏସ୍‌) : ମାଟ୍ରିକ ସମ୍ମେଟିଭ ପରୀକ୍ଷା ଖାତା ଦେଖିବାକୁ ଯାଉଥିବା ବେଳେ ବାଇକ୍‌ ଦୁର୍ଘଟଣାରେ ମୁରିବାହାଲ ବ୍ଲକ ଗଂରେଇ ହାଇସ୍କୁଲର ଶିକ୍ଷକ ତରୁଣ ପୋଢ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେ ମୁରିବାହାଲ ସ୍ଥିତ ନିଜ ଘରୁ ଶନିବାର ବାଇକ୍‌ ଯୋଗେ ସ୍କୁଲକୁ ଯାଉଥିଲେ । ହଳଦୀ-ଟିଟିଲାଗଡ ୫୯ ନମ୍ବର ଜାତୀୟ ରାଜପଥ ସିରୋଲ, ଲକ୍ଷ୍ମୀପଦର ନିକଟରେ ହଠାତ୍‌ ଏକ ଗାଈ ଆସିଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସେହି ରାସ୍ତାରେ ଆସୁଥିବା ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ପାଣିଗ୍ରାହୀ ତାଙ୍କୁ ଉଦ୍ଧାର କରି ଅଟୋ ଯୋଗେ ଟିଟିଲାଗଡ ଡାକ୍ତରଖାନାକୁ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଥିଲା ।

jittmm
Leave A Reply

Your email address will not be published.