ଆମପାଣି ଘାଟିରେ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ରାସ୍ତାରେ ଗୁରୁବାର ମଧ୍ୟାହ୍ନ ସମୟରେ ଏକ ପେଟ୍ରୋଲ ଓ ଡିଜେଲ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଟ୍ୟାଙ୍କରରୁ ପେଟ୍ରୋଲ ରାସ୍ତାରେ ଲିକେଜ ହୋଇଛି । ଖବର ପାଇ ଆମପାଣି ପୋଲିସ ଓ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦୁଇ ପଟରୁ ରାସ୍ତାକୁ ବନ୍ଦ କରିଛି । ବର୍ତ୍ତମାନ ସୁଦ୍ଧା ରାସ୍ତାରେ ଯାତାୟାତ ବନ୍ଦ ରହିଛି । ପେଟ୍ରୋଲ ଟ୍ୟାଙ୍କରଟି ପାରାଦ୍ୱୀପରୁ ବୋରିଗୁମ୍ମା ଯାଉଥିବା ବେଳେ ଆମପାଣି ଘାଟିର ଏକ ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ତେବେ ଜାତୀୟ ରାଜପଥ ୨୬ ଆମପାଣି ଘାଟିରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଦୁଇ ପଟେ ଶହ ଶହ ଗାଡି ଅଟକି ରହିଛି । ଭବାନୀପାଟଣା ଜୟପୁର ମଧ୍ୟରେ ଯାତାୟାତ ଠପ ରହିଛି । ଉଦ୍ଧାର କାର୍ଯ୍ୟ ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

Leave A Reply

Your email address will not be published.