ସଡ଼କ ଦୁର୍ଘଟଣା : ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଜଣାଗାଡ଼ି ଧକ୍କାରେ ସିଆରସି ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ବୁଡ଼ାବାହାଲ ଠାରେ ଘଟିଛି । ସୂଚନା ଅନୁସାରେ ଦୁର୍ଘଟଣାସ୍ଥଳରେ ବନ୍ଧପଡ଼ା ଫାଣ୍ଡି ଓ ଦେଓଗାଁ ପୁଲିସ ପହଞ୍ଚି ସିଆରସିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ତାଙ୍କର ପରିଚୟ ମିଳିନାହିଁ । ପୋଲିସ ସିଆରସି ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.