ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ବାସୁଦେବପୁର : ବାଇକ୍ ଦୁର୍ଘଟଣାରେ ବାପା ମୃତ ଓ ପୁଅ ଗୁରୁତର ହୋଇଥିବା ଜଣାପଡିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ମାତାଜି ମଠ ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ, ବୁଧବାର ଭୋର ସମୟରେ ବାଲେଶ୍ଵର ଜିଲ୍ଲା କ୍ଷୀରକୋଣା ଅଞ୍ଚଳର ଜଗତା ମଳିକ ଓ ପୁଅ ସୁସା ମଳିକ ମାଛ କିଣିବାକୁ କଶିଆ ଅଞ୍ଚଳକୁ ଯାଉଥିଲେ । ଏହି ସମୟରେ ବାଇକ୍‌ଟି ମାତାଜି ମଠ ନିକଟରେ ରାସ୍ତା ଉପରେ ଶୋଇଥିବା ଏକ ବାଛୁରୀକୁ ଧକ୍କା ଦେଇ ରାସ୍ତା କଡରେ ଠିଆ ହୋଇଥିବା ରୁଲର ଗାଡି ସହିତ ପିଟି ହୋଇଥିଲା । ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ବାପା ଜଗତାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅକୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅପର ପକ୍ଷରେ ବାଛୁରୀଟିର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.