ଭାରତ ପେଟ୍ରୋଲ ପମ୍ପ ପାଖରେ ସଡକ ଦୁର୍ଘଟଣା : ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପେଲେସ ଲାଇନ୍‌ ସ୍ଥିତ ଭାରତ ପେଟ୍ରୋଲ ପମ୍ପ ପାଖରେ ଏକ ସଡକ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୨ ଜଣ ବ୍ୟକ୍ତି ଗୁରୁତର ଭାବେ ଘଟଣାସ୍ଥଳରେ ପଡି ରହିଥିଲେ । ପରେ ଖବର ପାଇ ବଲାଙ୍ଗିରର ସ୍ୱେଚ୍ଛା ସେବୀ ସଂଗଠନ ଲିବୋରେସନ୍‌ର ଏକ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ୨ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.