tur
shyamlal

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୭ ମୃତ, ୧୮ରୁ ଅଧିକ ଆହତ

ଝାରସୁଗୁଡ଼ା : ଝାରସୁଗୁଡ଼ା ସହରାଞ୍ଚଳରେ ଭୂଷଣ କମ୍ପାନୀ (ଜେଏସଡବ୍ଲୁ)ର ଏକ ବସ୍‌କୁ ଭାରିଯାନ ଧକ୍କା ଦେବା ଫଳରେ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ରୁ ଅଧିକ ଜଣ ଆହତ ହୋଇଛନ୍ତି । ଶ୍ରମିକ ମାନେ ଡ୍ୟୁଟି ସାରି ଘରକୁ ଫେରିବା ବେଳେ ଏକ ଭାରିଯାନ ଧକ୍କା ଦେଇଥିଲା । ମୃତକ ମାନେ ହେଲେ ରାଜେନ୍ଦ୍ର ତିବାରୀ, ଶେର ବାହାଦୂର, ବ୍ରିଜପାଲ ସିଂ, ପଙ୍କଜ ଝା, ବିକାଶ କୁମାର ଓ ରାଜେଶ ସିଂ । ପ୍ରଥମ ୪ଜଣଙ୍କର ମୃତ୍ୟୁ ସଦର ଡାକ୍ତରଖାନାରେ ହୋଇଥିବା ବେଳେ ବିକାଶଙ୍କର ସମଲେଶ୍ୱରୀ ହସ୍ପିଟାଲ ଓ ରାଜେଶଙ୍କୁ ବୁର୍ଲା ସ୍ଥାନାନ୍ତର ବେଳେ ରାସ୍ତାରେ ମୃତ୍ୟୁ ହୋଇଥିବା ଜଣାଯାଇଛି ।

ସୂଚନାନୁସାରେ ଜେ.ଏସ୍.ଡବ୍ଲୁ କମ୍ପାନୀରେ ‘ବି’ ଶିଫ୍ଟ କାମ ସାରି ଶ୍ରମିକମାନେ କମ୍ପାନୀର ନିଜସ୍ୱ ୧୫ ନମ୍ବର ବସ୍(ଓଡି-୨୩-ଏମ୍-୮୧୩୧)ରେ ବେହେରାମାଲ ଅଭିମୁଖେ ଯାଉଥିଲେ । ତେବେ ସରବାହାଲ-ପା​‌ୱାରହାଉସ ଛକ ନିକଟ ନିଖିଲ ଢାବା ପାଖରେ ବିପରୀତ ଦିଗରୁ ଆସୁଥିବା ଏକ ହାଏବା ଦୃତ ଗତିରେ ଆସି ଧକ୍କା ଦେଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ ଭାରିଯାନଟି ପ୍ରଥମେ ଏକ ଗାଈ ଉପରେ ଚଢିଯିବା ପରେ ରୋଡ଼ ଡିଭାଇଡରରେ ବାଡ଼େଇ ହୋଇ ଉକ୍ତ ଜେ.ଏସ୍.ଡବ୍ଲୁ କମ୍ପାନୀ ବସର ବାମ ପାଖକୁ ଜୋରରେ ଧକ୍କା ଦେଇଥିଲା । ଯାହାଫଳରେ ବସରେ ଥିବା ପ୍ରାୟ ୩୦ଜଣ ଶ୍ରମିକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଠିକ୍‌ ଏହି ସମୟରେ ପଛପଟୁ ଆସୁଥିବା କମ୍ପାନୀର ଅନ୍ୟ ଏକ ବସର ଯାତ୍ରୀମାନେ ଏହାଦେଖି ତୁରନ୍ତ ଆମ୍ବୁଲାନ୍ସ ତଥା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଫଳରେ କମ୍ପାନୀ ଆମ୍ବୁଲାନ୍ସ ଓ ୧୦୮ ଆମ୍ବୁଲାନ୍ସ ସହ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନା ନେଇଥିଲେ । ଦୁର୍ଘଟଣା ବିଷୟରେ ଜଣାପଡ଼ିବା ପରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକେ ଏକତ୍ରିତ ହୋଇଥିଲେ । ଅପରପକ୍ଷରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ସହିତ ଅନ୍ୟ ପ୍ରଶାସନିକ ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଟାଉନଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯଉଥିବା ପୁଲିସ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.