ମର୍ମନ୍ତୁଦ ସଡକ ଦୁର୍ଘଟଣା : ସାଇକେଲ୍ ଆରୋହୀ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀ ଛକ ଠାରେ ଗୁରୁବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଶପେଡିଛି । ଏହି ଦୁର୍ଘଟଣାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ମୃତକ ଜଣଙ୍କ ହେଉଛନ୍ତି ଢ଼େଙ୍କାନାଳ ଜିଲ୍ଲା ବଡଖଳି ଗ୍ରାମର ସୁମନ୍ତ କୁମାର ବିଷୋୟୀ(୫୦) । ବଅଁରପାଳ ଥାନା ସନ୍ତ୍ରୀ ଛକରେ ଢ଼େଙ୍କାନାଳ ଜିଲ୍ଲା ବଡଖଳି ଗ୍ରାମର ସୁମନ୍ତ କୁମାର ବିଷୋୟୀଙ୍କର ଏକ ବୈଦ୍ୟୁତିକ ଉପକରଣ ଦୋକାନ ରହିଛି । ସେ ନାଲକୋ ସିପିପି ଛକରୁ ଜିନିଷ ଧରି ଦୋକାନକୁ ଫେରୁଥିବା ବେଳେ ଅନୁଗୁଳ ପଟୁ ଦ୍ରୁତ ଗତିରେ ଯାଉଥିବା ଏକ ବିସ୍କୁଟ ବୋଝେଇ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସୁମନ୍ତଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଟ୍ରକ୍ ଚାଳକଙ୍କୁ ଅଟକ ରଖିଛି ।

Leave A Reply

Your email address will not be published.