om academy

ବାଇକ୍ ଦୁର୍ଘଟଣାରେ ଜଣେ ମୃତ

jsm

କ ନୂଆଗାଁ : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଅନ୍ତର୍ଗତ ମାରବାଲି ଜାତୀୟ ରାଜପଥ ବୁଲାନ୍ତି ରାସ୍ତାରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହେବା ପରେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ବାଲିଗୁଡ଼ାରୁ କ ନୂଆଗାଁ ଅଭିମୁଖ ବାଇକଟି ଦୃତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ବାଡ଼େଇ ହୋଇ ଦୁର୍ଘଟଣା ଘଟି ଚାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଯୁବକ ଜଣକ ହେଲେ ବାଲିଗୁଡ଼ା ଥାନା ଗସନାଗୁଡ଼ା ଗ୍ରାମର କନାଏ ଦିଗାଲ । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବା କ ନୂଆଗାଁ ପୋଲିସ୍ ସୂଚନା ଦେଇଛି ।

Leave A Reply

Your email address will not be published.