ଗାଈଗୋରୁଙ୍କ ଚରାଭୂଇଁ ପାଲଟିଛି ୨୬ନଂ ଜାତୀୟ ରାଜପଥ : ବିଗୁଡୁଛି ଟ୍ରାଫିକ ବ୍ୟବସ୍ଥା, ଘଟୁଛି ଦୁର୍ଘଟଣା

ଦେଓଗାଁ, (ମନୀଷ କୁମାର ସାହୁ) : ଗାଈଗୋରୁଙ୍କ ଚରାଭୂଇଁ ପାଲଟିଛି ବରଗଡ଼ ବୋରିଗୁମ୍ମା ୨୬ନମ୍ବର ଜାତୀୟ ରାଜପଥ । ଦେଓଗାଁ ବସ୍‌ଷ୍ଟାଣ୍ଡରେ ବିଭିନ୍ନ ସମୟରେ ଗାଈଗୋରୁ ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ବସି ରହୁଥିବା ବେଳେ ଦେଓଗାଁ ବଲାଙ୍ଗିର ରାସ୍ତାର ବିଭିନ୍ନ ସ୍ଥାନରେ ପ୍ରତିଦିନ ଗାଈଗୋରୁ ରାସ୍ତାରେ ବସି ରହୁଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଦିନରାତି ମାଳମାଳ ହୋଇ ଗାଈଗୋରୁ ଘୂରି ବୁଲୁଛନ୍ତି । ଫଳରେ ଟ୍ରାଫିକ ସମସ୍ୟା ଉପୁଜୁଛି । ଏଥିପ୍ରତି ଗୋରୁ ମାଲିକମାନେ ବେଫିକର ପାଲଟି ଥିବା ବେଳେ ପ୍ରଶାସନ ପକ୍ଷରୁ ସଂପୃକ୍ତ ଗୋରୁ ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି କିମ୍ବା କାଞ୍ଜିଘର ସ୍ଥାପନ କରାଯାଉ ନଥିବା ହେତୁ ମାଲିକଙ୍କ ମନମାନୀ ବୃଦ୍ଧି ପାଇଚାଲିଛି । ଫଳରେ ରାସ୍ତାରେ ଯାଉଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.