centurian jitm

କାର୍ବନ ଆନୋଡ୍ ବ୍ଲକରେ ଚାପି ହୋଇ ୧ ମୃତ, ୧ ଗୁରୁତର

nschool

ସମ୍ବଲପୁର : ସମ୍ବଲପୁର ଲରପଙ୍କ ନିକଟରେ ଟ୍ରକରେ ବୋଝେଇ ହୋଇ ଯାଉଥିବା କାର୍ବନ ଆନୋଡ୍ ବ୍ଲକ ବାଟରେ ଖସିପଡିବାରୁ ପଛରେ ଯାଉଥିବା ବାଇକ ଆରୋହୀ ଉକ୍ତ କାର୍ବନ ଆନୋଡ୍ ବ୍ଲକରେ ଚାପି ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ଜଣକ କାଲୁପଡାର ଗୁଲାପ ଭୋଇ ବୋଲି ଜଣାପଡିଛି । ସୂଚନା ଅନୁସାରେ କାର୍ବନ ଆନୋଡ୍ ବ୍ଲକ ଟ୍ରକରେ ବୋଝେଇ ହୋଇ ଯାଉଥିଲା । ସମ୍ବଲପୁର ଲରପଙ୍କ ନିକଟରେ ଟ୍ରକରୁ କାର୍ବନ ଆନୋଡ୍ ବ୍ଲକ ଖସିପଡିଥିଲା । ଏହି ସମୟରେ ଟ୍ରକ ପଛରେ ବାଇକରେ କାଲୁପଡାର ଗୁଲାପ ସହ ସାଥୀରେ ଆଉ ଜଣେ ଯାଉଥିବା ବେଳେ ତାଙ୍କ ଉପରେ ପଡିଥିଲା । ଘଟଣାସ୍ଥଳରେ ଗୁଲାପଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଟ୍ରକ ଜବତ କରିଛି ।

Leave A Reply

Your email address will not be published.