oum

ସଡକ ଦୁର୍ଘଟଣା, ୮ ଆହତ

jsm

ନୟାଗଡ଼ : ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥର ନୂଆଗାଁ ଥାନା ସୋରଡ଼ା ନିକଟରେ ଟ୍ରକ୍‌କୁ ପଛପଟୁ ପିଟିଲା କାର୍ । ସୂଚନାନୁଯାୟୀଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି । ଆହତମାନେ ଲାଉତୁମ୍ବା ବରଗଡ଼ ଏବଂ ବିନିକା ସୋନପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଛନ୍ତି । ଦୁଇ ପରିବାର ଭୁବନେଶ୍ଵର ଅଭିମୁଖେ ଆସୁଥିବା ବେଳେ ଏଭଳି ଦୁର୍ଘଟଣା ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ପ୍ରଥମେ ଦଶପଲ୍ଲା ଏବଂ ପରେ ନୟାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.