oum

ସଡକ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା ଟ୍ରକ

jsm

ଭଦ୍ରକ : ଭଦ୍ରକ ଜିଲା ୧୬ ନଂ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର ସମ୍ମୁଖରେ ସଡକ ଦୁର୍ଘଟଣା । ଠିଆ ହୋଇଥିବା ଟ୍ରକକୁ ପଛରୁ ପିଟିଲା ଟ୍ରକ । ପଛ ଟ୍ରକର ଦୁଇ କର୍ମଚାରୀ ଚାପି ହୋଇ ରହିଥିବା ବେଳେ ଜେସିବି ସାହାଯ୍ୟରେ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର ସମ୍ମୁଖରେ ଏକ ଟ୍ରକ ଠିଆ ହୋଇଥିବା ବେଳେ ଭୁବନେଶ୍ୱର ଆଡୁ ଆସୁଥିବା ଅନ୍ୟ ଏକ ମାଲବାହୀ ଟ୍ରକ ପଛରୁ ଧକ୍କା ଦେଇଥିଲା । ପଛ ଗାଡିର ଦୁଇ କର୍ମଚାରୀ ଟ୍ରକରେ ଚାପି ହୋଇ ରହିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି । ଜେସିବି ସାହାଯ୍ୟରେ ଟ୍ରକକୁ ଟାଣିବା ପରେ ଦୁଇ ଜଣଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି ।

Leave A Reply

Your email address will not be published.