oum

ପିକ୍‌ଅପ୍‌ ଭ୍ୟାନ ଓଲଟି ୨ ମୃତ, ୯ ଗୁରୁତର

jsm

ବରଗଡ, (ନିରୋଜ କୁମାର ପାଣୀ) : ପିକ୍‌ଅପ୍‌ ଭ୍ୟାନ ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ବରପାଲି ଥାନା କୁମ୍ଭାରୀ ଗ୍ରାମରେ ବାହାଘର ପରେ କନ୍ୟା ବିଦାୟ ପାଇଁ ଭେଡେନ ଥାନା ମାନପୁର ପଂଚାୟତର ଗଳିମା ଗ୍ରାମକୁ ଆସିଥିଲେ । ସେଠାରେ ଭୋଜି ଖାଇ ସାରିବା ପରେ ଏକ ପିକଅପ ଭ୍ୟାନ (ନଂ ଓଆର୧୭ ଆର୯୦୧୪) ରେ ପ୍ରାୟ ୩୦ ଜଣ କନ୍ୟା ଯାତ୍ରୀ କୁମ୍ଭାରୀ ଫେରୁଥିଲେ । ଆଇଟିଆଇ କଲେଜ ସମ୍ମୁଖରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡର ପ୍ରାୟ ୧୦ ଫୁଟ ତଲ ଖାଲକୁ ଓଲଟି ପଡିଥିଲା । ଫଳରେ ଗାଡିରେ ବସିଥିବା କୁମ୍ଭାରୀ ଗ୍ରାମର ଇଶ୍ବର ବିଶି (୪୫) ଏବଂ ରଞ୍ଜିତ ସାହୁ (୪୨)ଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭେଡେନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି । ଦୁର୍ଘଟଣା ଖବର ପାଇ ଭେଡେନ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.