ବଏଦୀପାଲି ଗ୍ରାମ ନିକଟରେ ଦୁର୍ଘଟଣା : ଜଣେ ଗୁରତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ବଏଦୀପାଲି ଗ୍ରାମ ନିକଟରେ ଏକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ ଓ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ବାଇକ ଆରୋହୀ ଜଣକ ବଏଦୀପାଲି ଗ୍ରାମର ଚର୍ତୁଭୁଜ ନନ୍ଦ ବୋଲି ଜଣାପଡିଛି । ସୂଚନା ଅନୁସାରେ ଚର୍ତୁଭୁଜ ବଲାଙ୍ଗିର ପଟୁ ଯାଉଥିବା ବେଳେ ହଠାତ୍‌ ଗାଡି ସାମ୍ନାକୁ ଏକ ମାଙ୍କଡ ଆସିଯିବାରୁ ଭାରସାମ୍ୟ ହରାଇ ସେ ପଡିଯାଇଥିଲେ । ପରେ ସ୍ଥାନୀୟ ଲୋକେ ତାଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.