ସଡକ ଦୁର୍ଘଟଣା : ଓଲଟିଲା ପିକ୍‌ଅପ, ଡ୍ରାଇଭର ଗୁରୁତର

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ୨୦ ନଂ ଜାତୀୟ ରାଜପଥର ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ଲୁହାପଥର ବୋଝେଇ ଟ୍ରକ୍ ସହ ଏକ ମାଲବାହି ପିକଅପ୍ ଧକ୍କା ହୋଇତିବା ଖବର ମିଳିଛି । ଦୁର୍ଘଟଣାରେ ପିକଅପ୍‌ଟି ରାସ୍ତାରେ ଓଲଟି ପଡିବାରୁ ଡ୍ରାଇଭର ଗୁରତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଡ୍ରାଇଭରଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା ପରେ ବହୁସମୟ ଧରି ସପୃକ୍ତ ରାସ୍ତା ଦେଇ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ଘଷିପୁରା ପୋଲିସ୍ ପହଁଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ରାସ୍ତାରୁ ହଟାଇବା ପରେ ଯାତାୟତ ସ୍ବାଭାବିକ୍ ହୋଇଥିଲା ।

Leave A Reply

Your email address will not be published.